Breaking PLUSବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ଆଜି ଥାନାରେ ହାଜର ହେବେ ସୁପରଷ୍ଟାର ବାବୁସାନ୍‌

ଭୁବନେଶ୍ୱର: ଆଜି ଥାନାରେ ହାଜର ହେବେ ବାବୁସାନ୍‌। ଖାରବେଳନଗର ଥାନା ପୋଲିସ ବାବୁସାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।ସବୁ କଥା କହିବି କହିବି କହୁଥିବା ବାବୁସାନ କହିବେ ମନର କଥା ? ଚେନ୍ନାଇରୁ ଭୁବନେଶ୍ୱର ଫେରିବାକୁ ତିନି ଦିନ ହେଲାଣି । ବାପା ମାଆଙ୍କ ସହ ଘରେ ଅଛନ୍ତି । କିନ୍ତୁ ଏଯାଏ ତାଙ୍କୁ ପଚରାଉଚରା କରିନି ପୋଲିସ । ବାବୁସାନଙ୍କ ନାଁରେ IPCର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଛି । ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ବୈବାହିକ ଜୀବନରେ ଅଶାନ୍ତି, ପରକୀୟା ପ୍ରୀତି, ନିଶା ଖାଉଥିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ତଥାପି ବାବୁସାନଙ୍କୁ କାହିଁକି ଏଯାଏ ପଚରାଉଚରା ହୋଇନି ? ଷ୍ଟାର ପାଓ୍ଵାର ଆଗରେ ଫିକା ପଡୁଛି କି ପୋଲିସ ପାଓ୍ଵାର ? ଏମିତି ଚର୍ଚ୍ଚା ଭିତରେ ଆଜି ବାବୁସାନ ଥାନାରେ ହାଜରେ ହେବ ବୋଲି ସୂଚନା ରହିଛି । । ଆଗକୁ ତୃପ୍ତିଙ୍କ ଅଭିଯୋଗ ସହ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଓ ପରକୀୟା ପ୍ରୀତି ଅଭିଯୋଗ ନେଇ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ ।ଏମିତିକି ପ୍ରକୃତି ବିଭିନ୍ନ ସମୟରେ ତୃପ୍ତି ଓ ବାବୁସାନଙ୍କୁ ଧମକ ବି ଦେଉଥିବା ଏତଲାରେ ଲେଖିଛନ୍ତି ତୃପ୍ତି ଶତପଥୀ । ଏବେ ତାଙ୍କର ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button