ଅପରାଧମୁଖ୍ୟ ଖବର

ଢେଙ୍କାନାଳରେ ଯୋଗାଣ ବିଭାଗର ଚଢ଼ାଉ: ୨୭ଟି ଗ୍ୟାସ୍ ସିଲିଣ୍ଡର ଜବତ

ଢେଙ୍କାନାଳରେ ଗ୍ୟାସ୍ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗ ଆକ୍ସନ୍ ମୋଡରେ ଆସିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଯୁଗ୍ମ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲାଇଛନ୍ତି।

ଶନିବାର ଏକ ଏନଫୋର୍ସମେଣ୍ଟ ଟିମ୍ ଶାସନ ଛକରେ ଥିବା “ସୀତାରାମ ଗ୍ୟାସ୍” ନାମକ ଗ୍ୟାସ୍ ରିପେୟାରିଂ ଦୋକାନ ଓ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ମୋଟ ୨୭ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି, ଯାହାରେ ୩ଟି କମର୍ସିଆଲ୍ ସିଲିଣ୍ଡର ମଧ୍ୟ ରହିଛି।

ଜବତ ସିଲିଣ୍ଡରଗୁଡ଼ିକ ମଧ୍ୟରେ ଇଣ୍ଡିଆନ, ହିନ୍ଦୁସ୍ତାନ ପେଟ୍ରୋଲିୟମ (HP) ଓ ଭାରତ ପେଟ୍ରୋଲିୟମ ( (ଭାରତ ଗ୍ୟାସ୍) କମ୍ପାନୀର ସିଲିଣ୍ଡର ଥିବା ସୂଚନା ମିଳିଛି। ଏତେ ପରିମାଣର ସିଲିଣ୍ଡର ମିଳିବାରୁ ଗ୍ୟାସ୍ କଳାବଜାରୀ ହେଉଥିବା ସନ୍ଦେହ ସ୍ପଷ୍ଟ ହୋଇଛି। ଚଢ଼ାଉ ପରେ ଯୋଗାଣ ବିଭାଗ ପକ୍ଷରୁ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜ୍ୟ ସରକାର ପକ୍ଷରୁ ପୂର୍ବରୁ ମଧ୍ୟ ଗ୍ୟାସ୍ ସିଲିଣ୍ଡର କଳାବଜାରୀ ବିରୋଧରେ କଡ଼ା ଚେତାବନୀ ଦିଆଯାଇଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ଏହି କାର୍ଯ୍ୟରୁ ରୋକ ନାହାନ୍ତି।

Show More

Related Articles

Back to top button