Breaking PLUSଦେଶମୁଖ୍ୟ ଖବର

କଲିକତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ- କଲିକତା ଆର. ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବେ। ଜନସାଧାରଣଙ୍କର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତାହାର ଶୁଣାଣି କରିପାରିବାର ପ୍ରାବଧାନ ରହିଛି। ବିଶେଷ କରି ଜନତାଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ନେଇ ସମସ୍ୟା ଉପୁଜିଲେ ସର୍ବୋଚ୍ଚ ନ୍ୟାୟାଳୟ ସୁଓ ମୋଟୁ କଗ୍‌ନିଜାନ୍ସ(ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବା) ବଳରେ ଏହାର ବିଚାର କରିଥାଆନ୍ତି।

Show More

Related Articles

Back to top button