Breaking PLUSଦେଶମୁଖ୍ୟ ଖବର

କୋଲକାତା ମାମଲାରେ ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ- କୋଲକାତା ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି ଭାଇରାଲ ନେଇ ଉଦବେଗ ପ୍ରକାଶ ପାଇଛି। ନିଜ ଆଉ ରୁଜୁ କରିଥିବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଘଟଣା ଘଟିବାର ବହୁ ବିଳମ୍ବରେ ମାମଲା ରୁଜୁ ହେବା ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକା, ପୀଡିତାଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବାକୁ କରାଯାଇଥିବା ପ୍ରୟାସ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ।

Show More

Related Articles

Back to top button