Breaking PLUSଦେଶମୁଖ୍ୟ ଖବର
ବୁଲ୍ଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ-ଦେଶବ୍ୟାପୀ ଅକ୍ଟୋବର ୧ ପର୍ଯ୍ୟନ୍ତ ଭଙ୍ଗା ଯାଇ ପାରିବନି କୋଠାବାଡ଼ି । ବୁଲ୍ଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ଭଙ୍ଗାଯାଇପାରିବନି । ସର୍ବସାଧାରଣ ରାସ୍ତା ଉପରେ ବେଆଇନ୍ ନିର୍ମାଣ କ୍ଷେତ୍ରରେ ରୋକ୍ ଲାଗୁ ହେବନି ।
ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ରୋକ୍ ଲଗାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ମନ୍ଦିର, ମସଜିଦ, ଗୁରୁଦ୍ୱାର କିମ୍ବା କୌଣସି ଧାର୍ମିକ ସ୍ଥାନ ସରକାରୀ ସମ୍ପତ୍ତିରେ ନିର୍ମାଣ ହୋଇଛି, ତେବେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ଉଚ୍ଛେଦ ଆଇନସମ୍ମତ ହେବା ଉଚିତ୍ । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ।