ଓଡ଼ିଶାଖେଳଦେଶମୁଖ୍ୟ ଖବର

ଟି-୨୦ ବିଶ୍ୱକପ: ଜିମ୍ବାୱେକୁ ୭୧ ରନ୍‌ରେ ପରାସ୍ତ କରି ସେମିରେ ଭାରତ

ମେଲ୍‌ବର୍ଣ୍ଣ: ଟି-୨୦ ବିଶ୍ୱକପ୍‌ରେ ରବିବାର ମେଲବର୍ଣ୍ଣରେ ଜିମ୍ବାୱେକୁ ୭୧ ରନ୍‌ରେ ପରାସ୍ତ କରିଛି ଭାରତ। ବାଟିଂ ପରେ ବୋଲିଂରେ ଜଲୱା ଦେଖାଇଛି ଭାରତୀୟ ଟିମ୍। ଏଥିସହ ଭାରତୀୟ ଟିମ୍ ଗ୍ରୁପ୍-୨ର ଟପ୍ପର ହୋଇଛି। ମେଲ୍‌ବର୍ଣ୍ଣ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ୧୮୬/୫ ଜବାବରେ ଜିମ୍ବାଓ୍ୱେ ୧୧୫ରେ ଅଲ୍ଆଉଟ୍ ହୋଇଯାଇଥିଲା। ତେଣୁ ଗ୍ରୁପ୍-୨ରେ ୮ ପଏଣ୍ଟ ସହ ଭାରତ ପ୍ରଥମ, ୬ ପଏଣ୍ଟ ସହ ପାକିସ୍ତାନ ୨ୟ ସ୍ଥାନ ପାଇଛି। ୯ରେ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ। ୧୦ରେ ୨ୟ ସେମିରେ ଆଡିଲେଡରେ ଇଂଲଣ୍ଡକୁ ଭେଟିବ ଭାରତ। ୧୩ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଆଜି ଟସ୍ ଜିତି କ୍ୟାପଟେନ୍ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଥିଲା। କେଏଲ୍‌ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଓପନର କେଏଲ୍‌ ରାହୁଲ ୫୧ ରନ୍(୩ ଚୌକା, ୩ ଛକା), ରୋହିତ ଶର୍ମା ୧୫ ରନ୍, ବିରାଟ କୋହଲି ୨୬ ରନ୍, ସୂର୍ଯ୍ୟକୁମାର ଯାଦବ ଅପରାଜିତ ୬୧ ରନ୍(୨୫ ବଲ୍, ୬ ଚୌକା, ୪ ଛକା), ରିଷଭ ପନ୍ତ ୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ। ପରେ ଲକ୍ଷ୍ୟ ହାସଲ କରିବାକୁ ଓହ୍ଲାଇଥିବା ଜିମ୍ବାୱେର ପୂରା ଟିମ୍‌ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ ସଂଗ୍ରହ କରିପାରିଥିଲେ। ବ୍ୟାଟିଂ ଆରମ୍ଭରୁ ହିଁ ଦଳ ଗୋଟାଏ ପରେ ଗୋଟାଏ ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ କରିଥିଲା। ଦଳ ୭ ଓଭର ବେଳକୁ ୩୬ ରନ୍‌ରେ ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ୩ ଜଣ ଖେଳାଳି କୌଣସି ରନ୍‌ ନ କରି ଆଉଟ୍‌ ହୋଇଥିଲେ। ତେବେ କିଛି ସମୟ ପାଇଁ ଏହି ଦଳର ସିକନ୍ଦର ରାଜା ଓ ରେଆନ ବୁର୍ଲ ଆକର୍ଷଣୀୟ ସର୍ଟ ଖେଳି ଦର୍ଶକଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରିଥିଲେ। ସେମାନେ ଯଥାକ୍ରମେ ୩୪ ଓ ୩୫ ରନ୍ କରିଥିଲେ। ତେବେ ସେମାନଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟ୍ସ ମ୍ୟାଚ୍ ପିଚ୍‌ରେ ତିଷ୍ଠି ପାରି ନ ଥିଲେ।

 

Show More

Related Articles

Back to top button