ଓଡ଼ିଶାଖେଳଦେଶମୁଖ୍ୟ ଖବର

ଟି- ୨୦ ବିଶ୍ୱକପ: ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭାରତୀୟ ଖେଳାଳି

ସିଡନୀ: ଟି- ୨୦ ବିଶ୍ୱକପରେ ଗୁରୁବାର ନେଦରଲ୍ୟାଣ୍ଡସକୁ ଭେଟିବ ଭାରତ। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ଭାରତୀୟ ଖେଳାଳିମାନଙ୍କୁ ଦିଆଯାଉଥିବା ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଖେଳାଳି। ନେଟ୍ ପ୍ରାକ୍ଟିସ ପାଇଁ ମନା କରିଦେଇଛି ଭାରତ । କାରଣ ନେଟ୍ ପ୍ରାକ୍ଟିସ ସ୍ଥାନ ହୋଟେଲରୁ ୪୨ କିଲୋମିଟର ଦୂରରେ ରହିଛି । ଏତେ ଦୂରକୁ ଯାଇ ନେଟ୍ ପ୍ରାକ୍ଟିସ କରିବା ସମ୍ଭବ ନୁହେଁ ବୋଲି କହିଛି ଟିମ୍ ଇଣ୍ଡିଆ । ଖାଲି ଏତିକି ନୁହେଁ, ବ୍ରେକ୍ ଫାଷ୍ଟରେ ଥଣ୍ଡା ସ୍ୟାଣ୍ଡ ଉଇଚ୍ ଦିଆଯାଉଥିବା ଅଭିଯୋଗ ହୋଇଛି । ଅବହେଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି ।

Show More

Related Articles

Back to top button