Breaking PLUSଦେଶମୁଖ୍ୟ ଖବର

18 ଦିନିଆ ରିମାଣ୍ଡରେ ଗଲା ତହବୁର ରାଣା

୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତାହାୱର ହୁସେନ ରାଣାକୁ ଭାରତ ଅଣାଯାଇଛି। ଗୁରୁବାର ଆମେରିକାରୁ ସ୍ଵତନ୍ତ୍ର ବିମାନ ଯୋଗେ ତାକୁ ଦିଲ୍ଲୀ ଅଣାଯିବାପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ ଗିରଫ କରିଛି। ଏନଆଇଏ ଅଦାଲତ ତାକୁ ୧୮ ଦିନିଆ ହେପାଜତକୁ ପଠାଇଛନ୍ତି। ରାଣାକୁ ଆମେରିକୀୟ ମାର୍ଶଲ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ ପକ୍ଷରୁ ପ୍ରତ୍ୟର୍ପଣର ଫଟୋ ଜାରି କରାଯାଇଛି। ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ଆତଙ୍କୀ ରାଣାକୁ ଶିକୁଳିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଅଣ୍ଟାରେ ଶିକୁଳି ସାଙ୍ଗକୁ ହାତ ଓ ଗୋଡ଼ରେ ହାତକଡ଼ି ବାନ୍ଧି ଆମେରିକାର ମାର୍ଶଲ ମାନେ ଭାରତୀୟ ଅଧିକାରୀମାନଙ୍କୁ ରାଣାକୁ ହସ୍ତାନ୍ତର କରୁଥିବା ଫଟୋରେ ଦେଖିବାକୁ ମିଳିଛି।

Show More

Related Articles

Back to top button