Breaking PLUSଓଡ଼ିଶାମୁଖ୍ୟ ଖବର
ତହସିଲଦାରଙ୍କୁ ଡିଜିଟାଲ୍ ଆରେଷ୍ଟ ଠକେଇ ! ଆକାଉଣ୍ଟରୁ ୯୦ ହଜାର ଉଡ଼ିଗଲା
ତହସିଲଦାରଙ୍କୁ ଡିଜିଟାଲ୍ ଆରେଷ୍ଟ ଠକେଇ ! ଆକାଉଣ୍ଟରୁ ୯୦ ହଜାର ଉଡ଼ିଗଲା । ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର । ତହସିଲଦାର ରୋଜାଲିନ ବେହେରାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ସାଇବର ଲୁଟେରା ନେଇ ଯାଇଥିବା ତାଳଚେର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏକ ଅଜଣା ଲିଙ୍କ୍ରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଦର୍ଶାଇଛନ୍ତି ତାଳଚେର ତହସିଲଦାର ।
ଅଭିଯୋଗ ପାଇ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୂରା ଘଟଣା ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିନାହିଁ ।