Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପାକ୍‌ର ଏକାଧିକ ଗାଁ ଅଧିକାର କଲା ତାଲିବାନ

ଇସଲାମାବାଦ୍‌ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ପାକିସ୍ତାନ ସେନାର ବହୁ ଯବାନ ପ୍ରାଣ ହରାଇଛନ୍ତି। ଟିଟିପି ତରଫରୁ ଏକାଧିକ ଗ୍ରାମକୁ ଅକ୍ତିଆର କରାଯାଇଥିବା ଏହାର କମାଣ୍ଡର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଟିଟିପି ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ତୋରଖାମ୍‌ ସୀମାକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଟିଟିପି ମୁଖପାତ୍ରଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଜାରି ଭିଡିଓ ଅନୁଯାୟୀ ସେମାନଙ୍କ ସଂଗଠନ ଗ୍ରାମବାସୀଙ୍କର କୌଣସ କ୍ଷତି କରିବାକୁ ଚାହାନ୍ତି ନାହିଁ। ପାକିସ୍ତାନ ସେନାକୁ ବିତାଡ଼ିତ କରିବା ସେମାନଙ୍କ ଲକ୍ଷ୍ୟ।

ଗତ ନଭେମ୍ବରରୁ ପାକିସ୍ତାନ ସେନା ଉପରେ ଟିଟିପି ତରଫରୁ ବାରମ୍ବାର ଆକ୍ରମଣ ଜାରି ରହିଛି। ଟିଟିପିର ଅଲ୍‌-କାଇଦା ସଂଗଠନ ସହ ଘନିଷ୍ଠତା ରହିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୨ରେ ଟିଟିପି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପାକିସ୍ତାନ ସେନା ମେଜର ଓ ଯବାନ ପ୍ରାଣ ହରାଇଥିଲେ। ଏହାର ଦୁଇଦିନ ପରେ ଟିଟିପି ତରଫରୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୯ ପାକିସ୍ତାନ ସେନା ଯବାନଙ୍କ ଜୀବନ ଯାଇଥିଲା। ପାକିସ୍ତାନ ଓ ଆଫଗାନିସ୍ତାନ ସଂଘର୍ଷ ନୂଆ ନୁହେଁ। ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତିଷ୍ଠା ହେବାଠାରୁ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସଘର୍ଷ ଜାରି ରହିଛି।

ଏପଟେ ଭାରତ ସୀମା ସଂଲଗ୍ନ ପାକିସ୍ତାନ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରବାଦ୍‌ରେ ପାକିସ୍ତାନ ବିରୋଧୀ ସ୍ବର ଶାଣିତ ହେବାରେ ଲାଗିଛି। କାଶ୍ମୀରରୁ ଧାରା-୩୭୦ ହଟିବା ପରେ ଭାରତୀୟ ସମ୍ବିଧାନ ଅନୁଯାୟୀ ସେମାନଙ୍କର ଜନପ୍ରତିନିଧି ବାଛିବାର ଅଧିକାର ରହିଛି ବୋଲି ସୀମା ଆରପଟେ ରହୁଥିବା ପିଓକେବାସୀ ମତ ଦେଇଛନ୍ତି । ପାକିସ୍ତାନ ସେନାର ଦମନମୂଳକ ନୀତିରେ ବ୍ୟତିବ୍ୟସ୍ତ ହୋଇଥିବା ପିଓକେବାସୀ ଭାରତ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେବା ସହ ସେଠାକାର ସରକାରଙ୍କୁ ସମାଲୋଚନା କରିଥିଲେ ।

Show More

Related Articles

Back to top button