କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍ ଲେବଲ୍ କମି ଥିଲା। ପରେ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲା।ତାଙ୍କର ଅକ୍ସିଜେନ୍ ଲେବଲ୍ ଲଗାତାର କମୁଥିବା ବେଳେ ଏଥିରେ ସୁଧାର ଆସିନଥିଲା। ତାଙ୍କୁ ଅକ୍ସିଜେନ୍ ଦିଆଯାଉଥିଲା । ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।
ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଶନିବାର ତପୁ ମିଶ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।