Breaking PLUSଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ୨ କୋଟି, ହୋମଗାର୍ଡଙ୍କ ସହାୟତା ଦୁଇଗୁଣ

ତେଲଙ୍ଗାନାରେ ପୁଲିସ କର୍ମଚାରୀ ଓ ହୋମଗାର୍ଡଙ୍କ କଲ୍ୟାଣ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ। ଡ୍ୟୁଟି ସମୟରେ ସହିଦ ହେଉଥିବା ପୁଲିସ କର୍ମଚାରୀଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦିଆଯିବ। ଅନ୍ୟପଟେ ହୋମଗାର୍ଡଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ୫ ଲକ୍ଷରୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯିବ।

ହାଇଦ୍ରାବାଦର ଗୋଶାମହଲ ପୁଲିସ ଷ୍ଟାଡିୟମରେ ଆୟୋଜିତ ପୁଲିସ ସ୍ମୃତି ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହ ୨୦୨୮ ସୁଦ୍ଧା ପୁଲିସ ବିଭାଗର ସମସ୍ତ ଖାଲି ପଦବୀ ପୂରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁଲିସ ବାହିନୀରେ ଆବଶ୍ୟକ ମାନବସମ୍ବଳ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ୧୧୦ଟି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍‌ପି) ପଦବୀରେ ନିଯୁକ୍ତିକୁ ରାଜ୍ୟ ଇତିହାସର ଏକ ବଡ଼ ପଦକ୍ଷେପ ବୋଲି ରେଭନ୍ତ ରେଡ୍ଡୀ ଉଲ୍ଲେଖ କରିଛନ୍ତି।

ମହିଳା ଓ ଶିଶୁଙ୍କ ସମ୍ପର୍କିତ ମାମଲାରେ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅଭିଯୋଗର ତ୍ୱରିତ ତଦନ୍ତ ଏବଂ ପୀଡ଼ିତଙ୍କୁ ବିଳମ୍ବ ନକରି ନ୍ୟାୟ ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।

Show More

Related Articles

Back to top button