Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

୨୪ରୁ ମୋଦୀଙ୍କ ବାରାଣସୀ ଓ କେଦାରନାଥ ଗସ୍ତ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ଓ ୨୫ରେ ଦୁଇଦିନିଆ ଗସ୍ତରେ ବାରାଣସୀ ଓ କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଚାଲିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ପରଖିବେ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ମୋଦୀ ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣସୀ ଯିବେ। ସେଠାରେ ସେବାପୁରୀ ଅଞ୍ଚଳରେ ଏକ କାରଖାନା ଉଦ୍‌ଘାଟନ କରିବା ସହ ସହରର ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

ଏହାସହ ଅକ୍ଟୋବର ୨୫ରେ ନମୋ ଘାଟ ନିକଟରେ ଗଙ୍ଗା ଉପରେ ଭାରତୀୟ ବାୟୁସେନାର ଆକାଶୀୟ ପ୍ରଦର୍ଶନ ‘ୱିଙ୍ଗ୍ସ ଓଭର ଗଙ୍ଗା’ ଦେଖିବାକୁ ମୋଦୀ ଯାଇପାରନ୍ତି। ଏହି ପ୍ରଦର୍ଶନରେ ରାଫେଲ୍‌, ସୁଖୋଇ ଓ ତେଜସ୍‌ ଯୁଦ୍ଧବିମାନ ସହ ସୂର୍ଯ୍ୟକିରଣ ଏରୋବାଟିକ୍‌ ଦଳ ଓ ସାରଙ୍ଗ ହେଲିକପ୍ଟର ଦଳ ଭାଗ ନେବେ। ଏଥିପାଇଁ ବାରାଣସୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।

ପରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର କେଦାରନାଥ ଯାଇ କେଦାରନାଥ କରିଡର୍‌ ସମେତ ତୀର୍ଥକ୍ଷେତ୍ରରେ ଚାଲିଥିବା ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ।

Show More

Related Articles

Back to top button