Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର
ଛତିଶଗଡ଼ରେ ବସ୍ ଦୁର୍ଘଟଣା: ୬ ମୃତ, ୩୦ରୁ ଅଧିକ ଆହତ

ଛତିଶଗଡ଼ରେ ଏକ ଭୟାବହ ବସ୍ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଏଥିରେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମନେନ୍ଦ୍ରଗଡ଼ରୁ କେଲହାରି ଯାଉଥିବା ବସ୍ଟି ପାହାଡ଼ ହଂସୱାହି ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା।
ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବସ୍ ମାଲିକ ଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ କେଲହାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଉପଜିଲ୍ଲାପାଳ ଶଶି ଶେଖର ମିଶ୍ର ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏଥିସହ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବସ୍ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା, ସେନେଇ ସବିଶେଷ ତଥ୍ୟ ମିଳିନାହିଁ।



