Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

ଏସ୍‌ବିଆଇରେ ତଥ୍ୟ ଲିକ୍‌ ଆଶଙ୍କା, ୩.୭୫ ଲକ୍ଷ ରେକର୍ଡ ଡାର୍କ ୱେବ୍‌ରେ

ଦେଶର ସର୍ବବୃହତ୍‌ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍‌ରେ ପ୍ରକାଶ ପାଇଥିବା ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୧୬ରେ ଏହି ସମ୍ଭାବ୍ୟ ତଥ୍ୟ ଲିକ୍‌ ସମ୍ପର୍କରେ ସୂଚନା ମିଳିଥିବା ବେଳେ, ପ୍ରାୟ ୩.୭୫ ଲକ୍ଷ ରେକର୍ଡ ଯାଞ୍ଚ ପରିସରକୁ ଆସିଛି ବୋଲି ବ୍ୟାଙ୍କ ଷ୍ଟକ୍‌ ଏକ୍ସଚେଞ୍ଜକୁ ଜଣାଇଛି।

ଏସ୍‌ବିଆଇର ପ୍ରାଥମିକ ଯାଞ୍ଚରେ ୩,୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ସମ୍ପର୍କିତ ତଥ୍ୟ ଚିହ୍ନଟ ହୋଇଛି। ଏଥିରେ ଗ୍ରାହକଙ୍କ ନାମ, ମୋବାଇଲ୍‌ ନମ୍ବର, ଜନ୍ମତାରିଖ, ଇମେଲ୍‌ ଠିକଣା, ବାସସ୍ଥାନ, ବ୍ୟାଙ୍କ ଶାଖା ଓ ସିଆଇଏଫ୍‌ ନମ୍ବର ସମେତ ଋଣ ସମ୍ପର୍କିତ କିଛି ରେକର୍ଡ ରହିଥିବା ଜଣାପଡ଼ିଛି।

ବ୍ୟାଙ୍କକୁ ଏହି ଘଟଣା ବିଷୟରେ ଥ୍ରେଟ୍‌ ଇଣ୍ଟେଲିଜେନ୍ସ ସେବା ପ୍ରଦାନକାରୀ, ଡିଫେନ୍ସ ସାଇବର୍‌ ଏଜେନ୍ସି ଓ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ପକ୍ଷରୁ ଅବଗତ କରାଯାଇଥିଲା।

ଘଟଣାର କାରଣ, ତଥ୍ୟ ଲିକ୍‌ର ପରିସର ଓ ଗ୍ରାହକଙ୍କ ପ୍ରତି ସମ୍ଭାବ୍ୟ ବିପଦ ଜାଣିବା ପାଇଁ ଏସ୍‌ବିଆଇ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ସିଇଆର୍‌ଟି-ଇନ୍‌ ଅନୁମୋଦିତ ଏକ ସ୍ୱାଧୀନ ସାଇବର୍‌ ସୁରକ୍ଷା ସଂସ୍ଥାକୁ ନିୟୋଜିତ କରାଯାଇଛି।

ଏହି ଘଟଣାରେ ବ୍ୟାଙ୍କର ମୁଖ୍ୟ ବ୍ୟବସାୟିକ କାର୍ଯ୍ୟ, ଆର୍ଥିକ ପ୍ରଦର୍ଶନ କିମ୍ବା ସେବା ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିନଥିବା ଏସ୍‌ବିଆଇ କହିଛି। ତେବେ ଗ୍ରାହକଙ୍କ ତଥ୍ୟ କେଉଁଠାରୁ ଏବଂ କିପରି ଡାର୍କ ୱେବ୍‌ରେ ପହଞ୍ଚିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Show More

Related Articles

Back to top button