Breaking PLUSଦୁର୍ଘଟଣାଦେଶଦେଶ ବିଦେଶମୁଖ୍ୟ ଖବର

ସାଉଦିର ଡାମ୍ମାମ ଏୟାରପୋର୍ଟରେ ମିସାଇଲ ଆକ୍ରମଣ, ଭାରତୀୟଙ୍କ ସମେତ ୨ ମୃତ

ସାଉଦି ଆରବର ଡାମ୍ମାମ ଏୟାରପୋର୍ଟରେ ମିସାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ରହିଛନ୍ତି। ୟେମେନର ହୁତି ବିଦ୍ରୋହୀଙ୍କ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଖବର ମିଳିଛି।

ସାଉଦିର ସାଧାରଣ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଓ ଜଣେ ସାଉଦି ନାଗରିକ ଥିବା ସ୍ପଷ୍ଟ କରିଛି। ଏନେଇ ଭାରତୀୟ ଦୂତାବାସ ମଧ୍ୟ ସୂଚନା ଦେଇଛି। ଘଟଣାରେ ପ୍ରଭାବିତ ଭାରତୀୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ସହ ସେମାନଙ୍କ ପରିବାର ସହ ଯୋଗାଯୋଗ ପାଇଁ ଉଦ୍ୟମ ଚାଲିଥିବା ଦୂତାବାସ ପକ୍ଷରୁ କୁହାଯାଇଛି।

ଗତ କିଛି ସପ୍ତାହ ଧରି ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଛି। ସାଉଦିର ତୈଳ କେନ୍ଦ୍ର ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ରହିଛି। ଏହାର ପ୍ରଭାବରେ ବିମାନ ଚଳାଚଳ ଓ ତୈଳ ପରିବହନକୁ ନେଇ ଚିନ୍ତା ବଢ଼ିଛି। ଲୋହିତ ସାଗରରେ ହୁତିଙ୍କ ଅବରୋଧ ଯୋଗୁଁ ସାଉଦିର ତୈଳ ପରିବହନ ମଧ୍ୟ ବିପଦରେ ପଡ଼ିବା ଆଶଙ୍କା ରହିଛି।

Show More

Related Articles

Back to top button