ଆଉ ନାହାଁନ୍ତି ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ

ଆଉ ନାହାଁନ୍ତି ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ । ରାତି ୨ଟା ୨୫ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ହଠାତ୍ ରାଜେଶ୍ବରୀ ଅସୁସ୍ଥ ହୋଇପଡିବାରୁ ବିଳମ୍ବିତ ରାତିରେ ମେଡିକାଲର ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନ ହେବ ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ବରୀ । ଓଡିଆ ଧାରାବାହିକରେ ଖଳ ନାୟିକା ଭୂମିକାରେ ଅଭିନୟ କରି ସେ ବେଶ୍ ପରିଚିତ ଥିଲେ ।
ବାଲେଶ୍ୱରରେ ଜନ୍ମ ହୋଇଥିବା ରାଜେଶ୍ବରୀ ପ୍ରଥମେ ଆଙ୍କରିଂ ଜରିଆରେ ଟେଲି ଜଗତକୁ ପ୍ରବେଶ କରିଥିବାବେଳେ ପରବର୍ତ୍ତୀ ସମୟରେ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ବସନ୍ତ ସାହୁଙ୍କ ନିର୍ଦେଶିତ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀ ଙ୍କ ନିର୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ବି ନଜର ଆସିଥିଲେ।
ତାଙ୍କ ଅଭିନୀତ ଧାରାବାହିକ ଗୁଡିକ ହେଲା ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍କୁମ୍’ ଇତ୍ୟାଦି