ଓଡ଼ିଶାପାଣିପାଗ

ରାଜ୍ୟରେ ୧୦ ଡିଗ୍ରି ତଳକୁ ଖସିଲା ୭ଟି ସ୍ଥାନର ପାରଦ,ଆଗାମୀ ମାସ ଯାଏଁ ସାମାନ୍ୟ ତଳଉପର ରହିବ ତାପମାତ୍ରା

ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ପ୍ରତିଦିନ ପାରଦ ହ୍ରାସ ପାଉଥିବାବେଳେ ଶୀତ ବଢୁଛି । ବିଶେଷ କରି ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ତେବେ ଆଗାମୀ ଜାନୁଆରୀ ମାସ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ସାମାନ୍ୟ ତଳଉପର ରହିବ ବୋଲି ଅନୁମାନ କରାଯାଉଛି ।

ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ୭ଟି ସ୍ଥାନର ପାରଦ ୧୦ ଡିଗ୍ରି ତଳକୁ ଖସି ଆସିଛି।ଆଜି କନ୍ଧମାଳର ଜି. ଉଦୟଗିରି ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି।ଏହାବ୍ୟତୀତ କନ୍ଧମାଳର ଜି. ଉଦୟଗିରିରେ ୬.୦ ଡିଗ୍ରି, ଫୁଲବାଣୀରେ ୬.୬, ଦାରିଙ୍ଗବାଡିରେ ୭.୫,ସୁନ୍ଦରଗଡ଼ର କିରେଇରେ ୮.୨, ଚିପିଲିମାରେ ୯.୨, ଝାରସୁଗୁଡ଼ାରେ ୯.୬, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୯.୬ ଡିଗ୍ରି, ଭଦ୍ରକ ଜିଲ୍ଲାର ରାଣୀତାଲରେ ୧୦, ଅନୁଗୁଳରେ ୧୦, କୋରାପୁଟ ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରି ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

 

Show More

Related Articles

Back to top button