Breaking PLUSଓଡ଼ିଶାମୁଖ୍ୟ ଖବର

୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ପାରଦ

ଭୁବନେଶ୍ୱର- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ପାରଦ ସର୍ବନିମ୍ନ ସ୍ତରରେ ପହଞ୍ଚିବ। ପରବର୍ତ୍ତୀ ୪ ଦିନ ମଧ୍ୟ ସମାନ ସ୍ଥିତି ଲାଗିରହିବ। ୩ ତାରିଖ ସକାଳ ପର୍ଯ୍ୟନ୍ତ  କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି  ଓ ନୟାଗଡ଼ରେ ହାଲୁକରୁ ମଧ୍ୟମଧରଣର କୁହୁଡି ଦୃଶ୍ୟମାନ ହେବ। ଡିସେମ୍ବରରେ ଦୁଇଟି ସ୍ପେଲ୍‌ରେ ପାଖାପାଖି ୧୦ ଦିନ ରାଜ୍ୟରେ ଶୀତ ଅନୁଭୂତ ହୋଇଥିଲା। ଜାନୁଆରିରେ ମଧ୍ୟ ଶୀତର ପ୍ରକୋପ ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Show More

Related Articles

Back to top button