Breaking PLUSଓଡ଼ିଶାମୁଖ୍ୟ ଖବର
2 ଦିନ ପରେ 2 ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ବର : ଚଳିତ ମାସ ପହିଲାରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତର ଓଡ଼ିଶାରେ ଦିନ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି। ବୁଧବାର ରାତିରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ଅନୁଭୂତ ହୋଇଛି। ବସନ୍ତ ଋତୁରେ ଦିନରେ ରୌଦ୍ରତାପ ବଢ଼ିବା ସହିତ ରାତିରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିବା ଦ୍ବାରା ଶୀତ ଅନୁଭୂତ ହେଉଛି। ଗୁରୁବାର ଦିନ ତାପମାତ୍ରା ଅନେକ ସ୍ଥାନରେ ହ୍ରାସ ପାଇଛି। ଆସନ୍ତା ୨ଦିନ ପରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ୧୦ ତାରିଖ ବେଳକୁ ଅନେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି।