Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲିବିୟାରେ ବନ୍ୟା ଯୋଗୁ 10ହଜାର ନିଖୋଜ

ବେଙ୍ଘାଜି- ବାତ୍ୟା ‘ଡାନିଏଲ’ ଜନିତ ବର୍ଷା ଯୋଗୁଁ ଲିବ୍ୟାରେ ଦେଖାଯାଇଥିବା ବନ୍ୟାରେ ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୦ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ବନ୍ୟା ଯୋଗୁଁ ପୂର୍ବ ଉପକୂଳ ସହର ଡେରନାର ଏକ ଚତୁର୍ଥାଂଶ ଅଞ୍ଚଳ ଧୋଇ ଯାଇଛି। ଲିବ୍ୟା ନ୍ୟାସନାଲ ଆର୍ମି ମୁଖପାତ୍ର ଅହମ୍ମଦ ମିସମାରି କହିଛନ୍ତି ଯେ ବର୍ଷା ଯୋଗୁଁ ଡେରନା ସହରରେ ଥିବା କେତେକ ନଦୀ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ସହରରେ ବନ୍ୟା ଦେଖାଯାଇଥିଲା। ଲୋକେ ବନ୍ୟା ପାଣିରେ ଭାସି ଯାଇ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ମିସମାରିଙ୍କ କହିବା ଅନୁଯାୟୀ ନିଖୋଜଙ୍କ ସଂଖ୍ୟା ପ୍ରାୟ ୧୦ହଜାର ହେବ।

ଶନିବାର ଭୂମଧ୍ୟସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡାନିଏଲ’ ସୋମବାର ଲିବ୍ୟାର ଉପକୂଳ ବେନଘାଜି, ସୌସ୍, ଅଲ ବେଦା, ଅଲ-ମାର୍ଜି ଓ ଡେରନା ଦେଇ ଗତି କରିଥିଲା। ​‌ ଏହି ବନ୍ୟା ପାଇଁ ଆନ୍ତର୍ଜାତିକ ସହାୟତା ଲୋଡିଛି ଲିବିୟା ।

Show More

Related Articles

Back to top button