Breaking PLUSଓଡ଼ିଶାମୁଖ୍ୟ ଖବର

ତେନ୍ତୁଲିଖୁଣ୍ଟି ମଦ ଭାଟିରୁ ଲୁଟ, 3 ଗିରଫ

ଟିଟିଲାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ମଦ ଭାଟିରୁ ଲୁଟ । ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।  ସୂଚନା ମୂତାବକ ଗତ ୧୯ ତାରିଖରେ ଅମଲେଶ ଯାଦବ ନାମକ ଜଣେ ବ୍ୟକ୍ତି ଭାଟିରେ ମଦ ବିକ୍ରି କରୁଥିବାବେଳେ  ଟିଟିଲାଗଡ଼ ସହରର ଲୋକନାଥ କୁମ୍ଭାର ଓରଫ କୁଟ୍ଟୀ, ସଞ୍ଜୟ ସୁନା ଏବଂ ଖଜୁରପଡାର ମକୁନ୍ଦ ବାଗ ତାଙ୍କୁ ଧମକାଇଥିଲେ। ଏବଂ ତାଙ୍କ ଠାରୁ ୨୦ ହଜାର ୪୬ ଟଙ୍କା ଏବଂ ଏକ ମୋବାଇଲ ଲୁଟି ନେଇଥିଲେ। ଏନେଇ ତଦନ୍ତ ଅଧିକାରୀ ଦେବାଶିଷ ଶତପଥିଙ୍କ ନେତୃତ୍ୱରେ ଏକ ଟିମ ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଛି।

Show More

Related Articles

Back to top button