Breaking PLUSଦେଶମୁଖ୍ୟ ଖବର
ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ
ଚେନ୍ନାଇ- ତାମିଲନାଡୁସ୍ଥିତ ରାମନାଥପୁରମ୍ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ।ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି । ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନିଆଁକୁ ଆୟତ୍ତ କରିଛନ୍ତି।