Breaking PLUSଦେଶମୁଖ୍ୟ ଖବର

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ

ଶ୍ରୀନଗର-ଜମ୍ମୁ-କାଶ୍ମୀରରେ ଶନିବାର ରାତିରେ ୨ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୋଟିଏ ଘଟଣାରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବାବେବେଳ ଅନ୍ୟ ଏକ ଘଟଣାରେ ୨ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପର୍ଯ୍ୟଟକ ଦୁଇ ଜଣ ରାଜସ୍ଥାନର ଜୟପୁର ବାସିନ୍ଦା ବୋଲି ଜଣାପଡ଼ିଛି।

ଦକ୍ଷିଣ କାଶ୍ମୀରର ସୋପିଆନ୍‌‌ ଅଞ୍ଚଳରେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଐଜାଜ୍‌‌ ଅହମ୍ମଦଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଅନ୍ୟପଟେ ଜୟପୁର ଅଞ୍ଚଳର ଦମ୍ପତି ତାବରେଜ୍‌‌ ଏବଂ ତାଙ୍କ ସ୍ତ୍ରୀ ଫରାହ ଜାମ୍ମୁ-କାଶ୍ମୀର ବୁଲିବାକୁ ଆସିଥିଲେ। ଅନନ୍ତନାଗ ଜିଲା ଅନ୍ତର୍ଗତ ପାହାଲଗାମ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୦ଟା ୧୫ରେ ଆତଙ୍କବାଦୀମାନେ ଉଭୟଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଉଭୟେ ଗୁରୁତର ଆହତ ହୋଇଛନ୍ତି।

Show More

Related Articles

Back to top button