
ଭୁବନେଶ୍ୱର : ଥମୁନି ସାଇବର ଠକଙ୍କ ଉତ୍ପାତ। ରାଜ୍ୟ ରାଜଧାନୀରେ ସାଇବର୍ ଠକେଇ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ସାଇବର ଠକେଇ କମେଇବା ପାଇଁ ପୁଲିସ ସ୍ୱତନ୍ତ୍ର ଜ୍ଞାନ କୌଶଳ ଆପଣାଉଥିବା ବେଳେ ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ଯାହା ପୁଲିସର ଚିନ୍ତା ବଢ଼଼ାଇ ଦେଇଛି। ପାର୍ବଣରେ ସାଇବର ଲୁଟେରା ବିଭିନ୍ନ ଉପାୟରେ ଠକି ନେଇଛନ୍ତି। ୨୫ ଦିନରେ ୫୦ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡ଼ିଛି। ୟୁପିଆଇ ମାଧ୍ୟମରେ ସର୍ବାଧିକ ଠକେଇ ହୋଇଛି। ସେହିପରି କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ମଧ୍ୟ ହୋଇଛି ଠକେଇ ହୋଇଥିବା ସୂଚନା।