ଅପରାଧଆଇନ କାନୁନଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସ ବିବାଦ: ତୁରନ୍ତ ଭାରତ ଛାଡ଼ିବାକୁ ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ

ନୂଆଦିଲ୍ଲୀ: ଥମୁନି ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ବିବାଦ। ଏହାକୁ ନେଇ ଏବେ ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ନାଓର୍ ଗିଲୋନଙ୍କୁ ଧମକ ମିଳିଛି। ତୁରନ୍ତ ଭାରତ ଛାଡିବାକୁ ତାଙ୍କୁ ଧମକ ଦିଆଯାଇଛି।

ପ୍ରକୃତରେ ଇସ୍ରାଏଲ୍ ରାଷ୍ଟ୍ରଦୂୂତ ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଇସ୍ରାଏଲ୍ ଫିଲ୍ମ ନିର୍ମାତା ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ଭାରତର ଲୋକଙ୍କୁ କ୍ଷମା ମାଗିଥିଲେ। ଏହାପରେ ତାଙ୍କୁ ଟ୍ୱିଟ୍ ଜରିଆରେ ଧମକ ମିଳିଛି। ଯାହାର ସ୍କ୍ରିନ୍‌ସଟ୍‌କୁ ସେ ଶନିବାର ନିଜ ଟ୍ୱିଟର୍ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି।

ନାଓର୍ ଟ୍ୱିଟ୍ କରି କହିଛନ୍ତି ଯେ, ‘ଭାରତ ଛାଡିବାକୁ ମୋତେ ଧମକ ମିଳିଛି। ହିଟଲର୍ ଜଣେ ମହାନ ବ୍ୟକ୍ତି ଥିଲେ। ତେବେ ଟ୍ୱିଟ୍ କରି ଏହି ଧମକ ଦେଇଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ମୁଁ ତାଙ୍କ ପରିଚୟ ଗୋପନ ରଖିଛି । ତାଙ୍କ ପ୍ରୋଫାଇଲ୍‌ରେ ପିଏଚ୍‌ଡି ଲେଖାଅଛି।

ରାଷ୍ଟ୍ରଦୂତଙ୍କ ଏହି ଟୁଇଟ୍ ପରେ ତାଙ୍କୁ ଭାରତରୁ ବହୁତ ସମର୍ଥନ ମିଳିଛି। ପ୍ରଥମ ଟୁଇଟ୍ ପରେ ଗିଲନ୍ ଅନ୍ୟ ଏକ ଟ୍ୱିଟ କରି ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ପୂର୍ବ ଟ୍ୱିଟରେ ବହୁତ ପ୍ରେମ ମିଳିଥିଲା। ଏହା ଦେଖି ମୋତେ ବେଶ୍ ଭଲ ଲାଗିଲା। ସେହି ବାର୍ତ୍ତା ବାଣ୍ଟିବାର ଉଦ୍ଦେଶ୍ୟ କେବଳ ଜଣାଇବାର ଥିଲା ଯେ, ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ଯିହୁଦୀ ବିରୋଧୀ ଭାବନା ରହିଛି । ଆମେ ଏହାକୁ ଏକାଠି ବିରୋଧ କରିବା ଆବଶ୍ୟକ।

ପ୍ରକୃତରେ ଇସ୍ରାଏଲ୍‌ର ଫିଲ୍ମ ନିର୍ମାତା ନାବଦ ଲାପିଡ୍ ଗୋଆରେ ଅୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଉଦ୍‌ଯାପନୀ ସମାରୋହରେ ଭାରତୀୟ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଏହି ଫିଲ୍ମ ଏକ ଅଶ୍ଳୀଳ ଓ ପ୍ରୋପାଗଣ୍ଡା। ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପରେ ଚାରିଆଡୁ ତାଙ୍କୁ ବିରୋଧ କରାଯାଇଛି। ସାରା ଦେଶରେ ହଙ୍ଗାମା ଆରମ୍ଭ ହୋଇଛି।

 

Show More

Related Articles

Back to top button