Breaking PLUSମୁଖ୍ୟ ଖବରସ୍ୱାସ୍ଥ୍ୟ

୧୬ ବର୍ଷର ଯୁବକ ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି

ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥାନ୍ତି ।

୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି ୧୬ ବର୍ଷର ଯୁବକ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଦୈନିକ ୧୮ରୁ ୨୦ ପଟ ରୁଟି ଖାଇଥାନ୍ତି । ଏହି କଥା ଜାଣିବା ପରେ ଆପଣ ହୁଏତ ବିଶ୍ୱାସ କରିପାରୁନଥିବେ। ହେଲେ କଥାଟି ନିରାଟ ସତ୍ୟ । ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି । କୁହାଯାଉଛି ଯୁବକ ଜଣକ କୌଣସି ଏକ ବଡ଼ ରୋଗର ଆକ୍ରାନ୍ତ ହୋଇଛନ୍ତି । ଏହି ୧୬ ବର୍ଷର ଯୁବକ ଜଣକ ହେଉଛନ୍ତି ଆଶିଷ ଚାନ୍ଦିଲ । ପୁଅର ଏପରି ଅବସ୍ଥା ପାଇଁ ପରିବାର ଲୋକେ ବହୁ ଚିନ୍ତାରେ ରହିଛନ୍ତି । ଆଶିଷଙ୍କ ପିତା ମନୋଜ ଚାନ୍ଦିଲ ଜଣେ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା କରାଇପାରୁନାହାନ୍ତି । ଆଶିଷ ୧୮ ମାସ ଧରି ମଳତ୍ୟାଗ କରିନାହାନ୍ତି । ଏହା କାହିଁକି ଏପରି ହେଉଛି,ଏହାର କାରଣ ଜାଣିବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ରୋଗର କାରଣ କିଛି ଜଣାପଡିନାହିଁ । ଆଶିଷ ଦିନକୁ ୧୮ରୁ ୨୦ ପଟ ରୁଟି ସହିତ ଭଜା ଓ ତରକାରୀ ଖାଉଥିଲେ ମଧ୍ୟ ତାଙ୍କ ପେଟରେ କୌଣସି ସମସ୍ୟା କି ଯନ୍ତ୍ରଣା ହେଉନାହିଁ । ସାଧାରଣ ପିଲାଙ୍କ ଭଳି ସେ ଜୀବନଯାପନ କରୁଛନ୍ତି । ଡାକ୍ତରଙ୍କ କହିବାନୁସାରେ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ବି ଏହି ରୋଗର କାରଣ ଜଣାପଡିନାହିଁ ।

Show More

Related Articles

Back to top button