
ବାୟୁସେନା ପକ୍ଷରୁ ଆସନ୍ତା କାଲି ପୁରୀରେ ହେବାକୁ ଯାଉଛି ଏୟାର୍ ଶୋ । ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀର ରାଜ ଭବନ ଫାଖ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାରତୀୟ ବାୟୁ ସେନା ପକ୍ଷରୁ ହେବ ଏୟାର୍ ଶୋ । ରବିବାର ପାଗ ଖରାପ ଥିବାରୁ ୧୮ ତାରିଖରେ ହେବାକୁ ଥିବା ଏହି ଶୋ ଆସନ୍ତାକାଲି ହେବ । ସେହିପରି ଯଦି ୧୮ରେ ପାଗ ଠିକ୍ ରୁହେ ,ତାହାଲେ ପୁଣି ଥରେ ଶୋ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।
ସୂଚନା ଥାଉକି, ପୁରୀ ରାଜଭବନ ପାର୍ଶ୍ଵ ବେଳାଭୂମିରେ ଚଳିତ ମାସ ୧୮ ତାରିଖରେ ଏୟାର ଶୋ ହେବ ବୋଲି କୁହାଯାଇଥିଲା। ଏଥିପାଇଁ ବାୟୁ ସେନାର ପାଇଲଟମାନେ ଦୁଇ ଦିନ ଧରି ମ୍ୟାପିଂ, ଏରିଏଲ୍ ରେକିଂ ମଧ୍ୟ କରିଥିଲେ। ରବିବାର ଦିନ ଆକାଶ ମାର୍ଗରେ ବାୟୁସେନାର ୭ଟି ବିମାନ ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବାର ଥିଲା ।କିନ୍ତୁ ସେପ୍ଟେମ୍ୱର ୧୮ରେ ପାଗ ଖରାପ ରହୁଥିବାରୁ ଆସନ୍ତା କାଲି ହିଁ ଫୁଲ ଡ୍ରେସ ରିହରସେଲ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।