ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଯାତ୍ରା ପାର୍ଟି ମ୍ୟାନେଜର ମଧୁସୂଦନଙ୍କ ନାମରେ ଅଭିଯୋଗ,ଏହାକୁ ଖଣ୍ଡନ କରି କହିଲେ ମିଥ୍ୟା ଆରୋପ ପାଇଁ ମୁଁ ଆଇନର ଆଶ୍ରୟ ନେବି

ପୂର୍ବତନ ଯାତ୍ରା ପାର୍ଟି ମ୍ୟାନେଜରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଓ କଳାକାର ମାନଙ୍କୁ ଅସଦାଚରଣ ଘଟଣା। ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯାତ୍ରା ପାର୍ଟି ମ୍ୟାନେଜର ମଧୁସୂଦନ ପ୍ରଧାନ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ମିଥ୍ୟା ଆରୋପ ଲଗାଯାଇଥିବା ଗଣମାଧ୍ୟମ ସମ୍ମୁଖରେ ସେ ସଫେଇ ଦେଇଛନ୍ତି। ସମସ୍ତ ଅଭିଯୋଗ ମିଥ୍ୟା ଓ ଏସବୁ ଅଭିଯୋଗର ପ୍ରମାଣ ଥିଲେ ଅଭିଯୋଗକାରୀ ତାହା ଦିଅନ୍ତୁ ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନା ମୁତାବକ ପୂର୍ବରୁ ପାର୍ବତୀ ଓ ରାଜଧାନୀ ଅପେରା ରେ ପରିଚାଳକ ବା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମଧୁସୂଦନ ପ୍ରଧାନ ଉକ୍ତ ସଂସ୍ଥାରୁ‌ ଲକ୍ଷାଧିକ ଟଙ୍କା ହଡ଼ପ କରିବା ସହ ଲୋକ ଲଗାଇ ଯାତ୍ରା କଳାକାରମାନଙ୍କୁ ମାରପିଟ୍ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଗତକାଲି ଭୁବନେଶ୍ୱର ଠାରେ ଏହି ଦୁଇ ଯାତ୍ରା ପାର୍ଟିର ବର୍ତ୍ତମାନର ମ୍ୟାନେଜର ଓ କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଥିଲେ। ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ତାଙ୍କ ବିରୋଧରେ ସମ୍ପୃକ୍ତ ଯାତ୍ରା ପାର୍ଟି ମାଲିକ ଷଡ଼ଯନ୍ତ୍ର କରିଥିବା ସେ ଆଜି ଯାଜପୁର ଜିଲ୍ଲା ଦାନଗଦି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ପାର୍ବତୀ ଓ ରାଜଧାନୀ ଅପେରା ର ମାଲିକଙ୍କ କଥାରେ ରାଜି ନହେବାରୁ ସେ ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା ସେ କହିଛନ୍ତି। ଏଥିସହିତ ତାଙ୍କ ଉପରେ ଏପରି ମିଥ୍ୟା ଆରୋପ ଲଗା ଯାଇଥିବାରୁ ତାଙ୍କ ମାନ ହାନି ଘଟିଛି। ତେଣୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

Show More

Related Articles

Back to top button