Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ଆଜିଠୁ ବଢ଼ିବ ବର୍ଷାର ପରିମାଣ

ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ପୁଣି ବଢ଼ିବ ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳର ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୪.୫ରୁ ୫.୮ କିମି ଉଚ୍ଚରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଉତ୍ତର ଉପକୂଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଓ କାଲି କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଦୁଇ ଦିନ କିଛି ଜିଲ୍ଲାରେ ଘଡ଼ଘଡ଼ି ଓ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି ।

Show More

Related Articles

Back to top button