Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା
ଜୁଲାଇ ୧୦ ଯାଏଁ ବଢିଲା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି

ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁଥିବା ଏକକ ପିଜି ପ୍ରବେଶିକାର ଆବେଦନ ଅବଧି ପୁନଶ୍ଚ ବୃଦ୍ଧି ପାଇଛି। ଛାତ୍ରଛାତ୍ରୀ ଆସନ୍ତା ଜୁଲାଇ ୧୦ ତାରିଖ ଯାଏଁ ଆବେଦନ କରିବାକୁ ଥିବାବେଳେ ୧୧ ତାରିଖ ସୁଦ୍ଧା ଫି’ ଦାଖଲ କରିପାରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେହିପରି ୧୨ରୁ ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ନିଜର ଫର୍ମ ସଂଶୋଧନ କରି ପାରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ www.nta.ac.in ମାଧ୍ୟମରେ ପାଇ ପାରିବେ ବୋଲି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ଦୁଇ ଥର ଏକକ ପିଜି ପ୍ରବେଶିକା ଆବେଦନ ଅବଧିକୁ ବଢାଯାଇଛି। ପ୍ରଥମେ ଆବେଦନର ଶେଷ ଦିନ ଜୁନ୍ ୧୯ ତାରିଖ ରହିଥିଲା । ଏହାପରେ ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୪ ରଖାଯାଇଥିଲା। ଏବେ ଏହି ଆବେଦନ ଅବଧି ବୃଦ୍ଧି କରାଯାଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।