
ମୁମ୍ବାଇ : ରୁଷିଆରେ ରିଲିଜ୍ ହେବନି “ଦି ବ୍ୟାଟ୍ସମ୍ୟାନ୍” । ୟୁକ୍ରେନ୍ ସହିତ ମାରଣାତ୍ମକ ଆକ୍ରମଣ ପରଠାରୁ ପୁରା ବିଶ୍ୱ ଏବେ ଏକ ପ୍ରକାର ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ପ୍ରଥମେ ଆମେରିକା ଅର୍ଥନନୈତିକ ବ୍ୟାପାର ଉପରେ ପ୍ରତିବନ୍ଧକ ଲଗାଇଥିଲା , ପରବର୍ତ୍ତୀ ସମୟରେ ବହୁ ଦେଶ ଋଷ ଉପରେ ପ୍ରତିବନ୍ଧକ ସଗାଇବା ସହିତ ସମ୍ପର୍କ ମଧ୍ୟ ଛିନ୍ନ କରିଛନ୍ତି । ଏବେ ଋଷ ଉପରେ ହଲିଉଡ୍ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।
ରୋବର୍ଟ ପାଟିନ୍ସନ୍-ଷ୍ଟାରର୍ “ଦି ବ୍ୟାଟ୍ସମ୍ୟାନ୍” ଋଷରେ ରିଲିଜ୍ ହେବ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି ୱାର୍ଣ୍ଣର ବ୍ରୋସ୍ । ଆସନ୍ତା ମାର୍ଚ୍ଚ ୪ରେ ବହୁ ପ୍ରତିକ୍ଷିତ ମୁଭି ‘ଦ ବ୍ୟାଟ୍ସମ୍ୟାନ୍’ ଋଷରେ ଡିସି ଆଡାପଟେସନ୍ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା । ମାତ୍ର ୟୁକ୍ରେନରେ ହୋଇଥିବା ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି ୱାର୍ଣ୍ଣର ମିଡିଆ ଏହାର ଫିଚର ଫିଲ୍ମ “ଦି ବ୍ୟାଟମ୍ୟାନ୍” ଋଷରେ ରିଲିଜକୁ ବନ୍ଦ କରିଛନ୍ତି ବୋଲି ୱାର୍ଣ୍ଣର ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପରେ ସୋନି ପିକ୍ଚର ମଧ୍ୟ ଏହାର ନୂଆ ଭେନ୍ଚର ‘ମୋରବିୟସ୍’ କୁ ଋଷରେ ରିଲିଜ୍ କରିବା ପାଇଁ ମନା କରିଦେଇଛି ।