ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ : ୨ ମୃତ ଜଣେ ଗୁରୁତର

ସୁନ୍ଦରଗଡ଼ : ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ ୨ ମୃତ ଜଣେ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ନିକଟବର୍ତ୍ତୀ ଟ୍ରକ ପାର୍କିଂଠାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ। ସମସ୍ତେ ଝାରଖଣ୍ଡ ରାଜ୍ୟ ପଲାମୁ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡିଛି। କୁତ୍ରା ନିକଟସ୍ଥ ନିର୍ମାଣଧିନ ଶିବା ସିମେଣ୍ଟ କାରଖାନାର ଠିକା ସଂସ୍ଥା ଏଲଆଣ୍ଡଟି ଅଧିନରେ ତିନି ଜଣ ଯାକ କାର୍ଯ୍ୟ କରୁଥିବା ବେଳେ ଗତ ରାତିରେ ଏକ ବାଇକ ଯୋଗେ ବିଜୁ ଏକ୍ସପ୍ରେସ ୱେ ଉପରେ ଯାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟକୁ ବାଇକ୍ଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ କୁତ୍ରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତାହତଙ୍କ ପରିଚୟ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।