Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜଧାନୀରେ ଆଗଧାଡିରେ ବିଜେଡି

ଚଳିତ ଥର ପ୍ରଥମ ମହିଳା ମେୟର ପାଇବ ଭୁବନେଶ୍ଵର।

ଶନିବାର ସକାଳୁ ୮ରୁ ଆରମ୍ଭ ହୋଇଛି ପୌର ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା । ଆଜି ସହରୀ ଭୋଟରଙ୍କୁ ମିଳିବ ସେମାନଙ୍କ ପ୍ରତିନିଧି। ସମସ୍ତଙ୍କ ନଜର ଏବେ ଭୁବନେଶ୍ଵର ମହାନଗର ନିଗମ ମେୟର ଆସନ ଉପରେ ରହିଛି। କାରଣ ଚଳିତ ଥର ପ୍ରଥମ ମହିଳା ମେୟର ପାଇବ ଭୁବନେଶ୍ଵର। ଭୋଟ ଗଣତି ଚାଲିଥିବାବେଳେ ଭୁବନେଶ୍ଵରରେ ୧୧ଟା ୫୦ ସୁଦ୍ଧା ବିଜେଡି ବହୁ ଆଗରେ ରହିଛି। ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ୭,୨୪୮ ଭୋଟରେ ଆଗରେ ରହିଥିବା ବେଳେ, ତାଙ୍କ ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ଏବଂ ତୃତୀୟରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ। ସୁଲୋଚନା ଦାସ ୭,୨୪୮ ଭୋଟରେ ଆଗୁଆ ରହିଛନ୍ତି। ସେହିପରି ସୁନୀତି ମୁଣ୍ଡ ୪୬୦୬ ଖଣ୍ଡ ଭୋଟ ଏବଂ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୨୬୫ ଖଣ୍ଡ ଭୋଟରେ ଆଗଉଛନ୍ତି। ନିର୍ବାଚନ ପୂର୍ବରୁ ତିନି ପ୍ରମୁଖ ଦଳ ପକ୍ଷରୁ ଜବରଦସ୍ତ କସରତ କରାଯାଇଛି। ଏଥର ବିଏମସି ମେୟର ପାର୍ଥୀ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ଦେଖାଯାଉ କିଏ ବିଜୟର ମୁକୁଟ ପିନ୍ଧୁଛି ।

Show More

Related Articles

Back to top button