Breaking PLUSଅପରାଧଆଇନ କାନୁନଦୁର୍ଘଟଣା

ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୋରଡା : ସୋରଡା ଥାନା ହରିପୁର ଗ୍ରାମର ଏକ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ଯୁବକ ଜଣକ ହେଲେ ହରିପୁର ଗ୍ରାମର ସନିୟା ନାୟକ । ସୂଚନା ପ୍ରକାଶ ଯେ, ଗତ କିଛିଦିନ ହେବ ହରିପୁର ଗ୍ରାମର ଗଣେଶ ନାୟକଙ୍କ ପୁଅ ସନ୍ୟାସୀ ନାୟକ ବାପା-ମା’ଙ୍କ ଠାରୁ ଅଲଗା ହୋଇ ଏକ ଛୋଟ ଘରେ ନିଜ ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ରହୁଥିଲେ । କିନ୍ତୁ ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଅଧିକାଂଶ ସମୟରେ କଳହ ଲାଗି ରହୁଥିଲା । ସ୍ୱାମୀ ପ୍ରତିଦିନ ସନ୍ଧ୍ୟାରେ ମଦ୍ୟପାନ କରି ଆସି ସ୍ତ୍ରୀଙ୍କୁ ମାରପିଟ କରୁଥିଲେ ।ନସୋମବାର ମଧ୍ୟ ରାତ୍ରିରେ ଗ୍ରାମର ଏକ ସଭା ହୋଇଥିଲା ସେହି ସମୟରେ ସ୍ତ୍ରୀ ସହିତ ସନ୍ୟାସୀ ଗଣ୍ଡଗୋଳ କରି ମାଡ଼ ମାରିଥିଲେ । ସ୍ତ୍ରୀ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ । ସେହି ସମୟରେ ସନ୍ୟାସୀ ନିଜ ଘରେ ସ୍ତ୍ରୀର ଲୁଗା ବେକରେ ବାନ୍ଧ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗ୍ରାମର ସଭା ସରିଲା ପରେ ବାପା ଘରକୁ ଫେରି ବୋହୁ ଠାରୁ ଗଣ୍ଡଗୋଳ ଶୁଣି ଘରେ ପୁଅକୁ ଖୋଜିଥିଲେ । ମାତ୍ର ସେତେବେଳକୁ ପୁଅ ଆତ୍ମହତ୍ୟା କରିସାରିଥିଲା । ଏ ଭଳି ଦୃଶ୍ୟ ଦେଖି ବାପା ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସୋରଡା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗରକୁ ପଠାଇଛି ।

Show More

Related Articles

Back to top button