Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱତନ୍ତ୍ର

ପ୍ରେମ ପାଇଁ ଝିଅରୁ ପାଲଟିଲେ ପୁଅ

ପ୍ରୟାଗରାଜ: ପ୍ରେମ ଏମିତି ଏକ ଜିନିଷ ଯାହା ସମସ୍ତଙ୍କୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ପ୍ରେମୀଯୁଗଳମାନେ ହାର ମାନନ୍ତି ନାହିଁ । ଏହାକୁ ବେଶ୍ ଧୈର୍ଯ୍ୟର ସହ ସେମାନେ ସମ୍ମୁଖୀନ କରନ୍ତି । ପ୍ରେମୀଯୁଗଳମାନେ ପ୍ରେମ ପାଇଁ କିଛି ବି କରିପାରନ୍ତି। ପ୍ରେମର ଜିଦ ଆଗରେ ସବୁ କିଛି ହାର ମାନେ। ଏହିକ୍ରମରେ ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ନିଜ ପ୍ରେମିକା ସହ ରହିବା ପାଇଁ ନିଜର ଜେଣ୍ଡର ବା ଲିଙ୍ଗ ବଦଳାଇ ଦେଇଛନ୍ତି। ସମଲିଙ୍ଗୀ ପ୍ରେମକୁ ପରିବାର ଲୋକ ଗ୍ରହଣ ନ କରିବାରୁ ଯୁବତୀ ଜଣଙ୍କ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ନିଜ ପ୍ରେମିକା ସହ ରହିବାକୁ ଅସ୍ତ୍ରୋପଚାର କରି ଝିଅରୁ ପୁଅ ହୋଇ ଯାଇଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏମିତି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଫାଫାମାଉରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବତୀ ତାଙ୍କ ସହ ପଢ଼ୁଥିବା ଆଉ ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ପରସ୍ପରକୁ ପ୍ରେମ କରିବା ସହ ବାହା ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସମଲିଙ୍ଗୀ ପ୍ରେମକୁ ବିରୋଧ କରିଥିଲେ ପରିବାର ଲୋକ। ଉଭୟ ନିଜ ନିଜର ପରିବାର ଲୋକଙ୍କୁ ବହୁତି ବୁଝାଇଥିଲେ। ହେଲେ ପରିବାର ଲୋକ କିଛି ବି ବୁଝି ନଥିଲେ। ଶେଷରେ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଅସ୍ତ୍ରୋପଚାର ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଯୁବତୀ ଜଣଙ୍କ ସ୍ୱରୂପ ରାଣୀ ନେହରୁ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ମୋହିତ ଜୈନଙ୍କ ପାଖକୁ ଯାଇ ଲିଙ୍ଗ ପରିବର୍ତ୍ତନ କରିବାକୁ କହିଥିଲେ।

Show More

Related Articles

Back to top button