Breaking PLUSଓଡ଼ିଶାମୁଖ୍ୟ ଖବର
କୁବେର ଜଳଛାୟା ଉପନିର୍ଦ୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଲାଂଚ କାରବାରର ଖୋଲୁଛି ପେଡି

ଭୁବନେଶ୍ୱର- ମାଲକାନଗିରି ଜଳଛାୟା ଉପ ନିର୍ଦ୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଲାଞ୍ଚ କାରବାରର ଖୋଲୁଛି ପେଡି । ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଢାଲ କରି ଅନଲାଇନ ଜରିଆରେ ନେଉଥିଲେ ଲାଞ୍ଚ । କଣ୍ଟ୍ରାକ୍ଟର ଏବଂ ଅନ୍ୟ ଲୋକଙ୍କ ଠାରୁ 2019ରୁ 2024ମଧ୍ୟରେ 1କୋଟି ଟଙ୍କା ଲାଞ୍ଚ ଆଣିଥିବା ତଥ୍ୟ ପାଇଛି ଭିଜିଲାନ୍ସ । ଗଞ୍ଜାମ ଜଗନ୍ନାଥ ପ୍ରସାଦର ଜନ ସେବା କେନ୍ଦ୍ରର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ପଚରା ଉଚରା କରୁଛି ଭିଜିଲାନ୍ସ । ସେହିଭଳି ଲେବରଙ୍କୁ ଟଙ୍କା ପେମେଣ୍ଟ ଦର୍ଶାଇ ସରକାରୀ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ଆଣି ଆତ୍ମସାତତ କରିଛନ୍ତି ଶାନ୍ତନୁ ମହାପାତ୍ର । ତାଙ୍କୁ ଏଥିରେ ସହଯୋଗ କରୁଥିଲେ ଡିଇଓ ବିଶ୍ୱଜିତ ମଣ୍ଡଳ ଏବଂ କଣ୍ଟ୍ରାଚୁଆଲ ଷ୍ଟାପ ଅମୀୟକାନ୍ତ ସାହୁ । ଗତକାଲି ଏହି ଦୁଇଜଣଙ୍କ ଘରେ ରେଡ ବେଳେ ସାମ୍ନାକୁ ଆସିଛି ସତ । ଆଜି ଶାନ୍ତୁନୁ ମହାପାତ୍ରଙ୍କୁ କପିପ୍ରସାଦ ଏସବିଆଇ ବ୍ୟାଙ୍କକୁ ଲକର ଖୋଲିବାକୁ ନେଇକି ଆସିଛନ୍ତି ଭିଜିଲାନ୍ସ ଟିମ ।