
ଚଣ୍ଡିଗଡ଼: ଅଗ୍ନିକାଣ୍ଡରେ ଜଳିଗଲା ବସ୍ । ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ପଞ୍ଜାବର ବଠିଣ୍ଡା ବସ୍ ଷ୍ଟାଣ୍ଡରେ । ଦୁଇଟି ବସ୍ ସଂପୂର୍ଣ୍ଣ ଜଳିବା ସହ ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ।
ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ବଠିଣ୍ଡା ବସ୍ ଷ୍ଟାଣ୍ଡରେ ବଡଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାବେ ଜଳିଯିବା ସହ ଜଣେ କଣ୍ଡକ୍ଟର ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନାହିଁ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କଣ୍ଡକ୍ଟରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।