
ଭୁବନେଶ୍ବର : ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବସ୍ । ଭୁବନେଶ୍ୱର ବରମୁଣ୍ଡାରେ ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ପରେ ଜଳିଗଲା ବସ୍ । ସୌଭାଗ୍ୟବଶତଃ ଏହି ଦୂର୍ଘଟଣାରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ , ଆଜି ସକାଳୁ ଲଳିତା ନାମକ ଏକ ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବସ୍ଟି ବରମୁଣ୍ଡା ଓଭର୍ ବ୍ରିଜ ତଳେ ଦୃତ ଗତିରେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବସ୍ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଯାଇଥିଲା । ଫଳରେ ବସ୍ର ଇଞ୍ଜିନଟି ହଠାତ୍ ଜଳିବା ଆରମ୍ଭ କଲା । ଏହାପରେ ସମ୍ପୂର୍ଣ୍ଣ ବସ୍ଟି ହୁତୁହୁତୁ ହୋଇ ଜଳିଥିଲା। ବସ୍ ନିଆଁ ଲାଗିବା ପରେ କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।