Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଫେସର ବୁଲୁ ମହାରଣାଙ୍କ କ୍ଵାଟର୍ସରେ ସିବିଆଇ ଚଢାଉ

ଭୁବନେଶ୍ୱର- ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ କ୍ଵାଟର୍ସରେ ସିବିଆଇ ଚଢାଉ । ଜ୍ୟୋତି ବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ସିବିଆଇ ଟିମ୍। ଘରୋଇ ବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୁଲୁ ମହାରଣା। ତେବେ ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରୁଛି। ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ର ଲାଇଫ୍ ସାଇନ୍ସ ବିଭାଗର ପ୍ରଫେସର ହେଉଛନ୍ତି ବୁଲୁ ମହାରଣା। ନାକ୍ ଟିମର ସଦସ୍ୟ ଭାବେ ହାଇଦ୍ରାବାଦର ଏକ ଘରୋଇ ବିଶ୍ଵ ବିଦ୍ୟାଳୟକୁ  ଭଲ ରେଟିଂ ଦେବା ପାଇଁ ଲାଞ୍ଚ ମାମଲାରେ ଗତ ୧ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

Show More

Related Articles

Back to top button