Breaking PLUSଦେଶମୁଖ୍ୟ ଖବର

ରାଜ୍ୟ ଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଆଡଭାଇଜରୀ ଜାରି

ସାରା ଦେଶରେ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟର ବିପଦ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକ ପାଇଁ ନୂଆ ଆଡଭାଇଜରୀ ଜାରି କରିଛନ୍ତି । ସବୁ କେନ୍ଦ୍ର ଶାସିତ ପ୍ରଦେଶ ଓ ରାଜ୍ୟକୁ କେନ୍ଦ୍ର କହିଛି କି ସେମାନେ ସ୍ଥାନୀୟ ସ୍ତରରେ ଆବଶ୍ୟକତା ହିସାବରେ ପ୍ରତିବନ୍ଧକ ଲାଗୁ କରି ପାରିବେ ।

ହେଲ୍ଥ୍‌ ସେକ୍ରେଟାରୀ ଅଜୟ ଭଲ୍ଲାଙ୍କ ପକ୍ଷରୁ ଜାରି କରାଯାଇ ଥିବା ଆଡଭାଇଜରୀରେ କୁହାଯାଇଛି କି ରାଜ୍ୟ ସରକାର ଆବଶ୍ୟକତା ହିସାବରେ ନିୟମ ସ୍ଥିର କରନ୍ତୁ । ସ୍ଥାନୀୟ ସ୍ତରରେ ଜରୁରୀ ହେଲେ ପ୍ରତିବନ୍ଧକ ଲଗାନ୍ତୁ । ଆଡଭାଇଜରୀରେ କୁହାଯାଇଛି କି , ଫେଷ୍ଟିଭ୍‌ ସିଜନ ବେଳେ ଲୋକଙ୍କ ସାମୂହିକ ଏକତ୍ରୀକରଣରେ ହ୍ରାସ ଘଟିବା ଉଚିତ୍‌ । ଆଡଭାଇଜରୀରେ ୫ ସୂତ୍ରୀ କଥା କୁହାଯାଇଛି , ଯାହାକୁ ଅନୁସରଣ କରି କରୋନା ସଂକ୍ରମଣରୁ ରକ୍ଷା କରିହେବ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଗୁଡ଼ିକୁ କହିଛି କି ସେ ଟେଷ୍ଟ , ଟ୍ରାକ୍‌ , ଭାକ୍ସିନେସନ ଓ କରୋନା ପ୍ରୋଟୋକଲର ପାଳନ ଉପରେ ଫୋକସ କରନ୍ତୁ । ନୂଆ ଓମିକ୍ରନ ଭାରିଆଣ୍ଟର ବିପଦକୁ ଦେଖି ପୁଣି ଥରେ ପ୍ରତିବନ୍ଧକ ଲାଗିବା ସମୟ ସାରା ଦେଶରେ ଆରମ୍ଭ ହୋଇଯାଇଛି । ଦିଲ୍ଲୀ , ୟୁପି , ହରିଆଣା , ମଧ୍ୟ ପ୍ରଦେଶ , ମହାରାଷ୍ଟ୍ର , ଗୁଜରାଟ ସମେତ ଦେଶର ଅନେକ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସାର୍ବଜନିକ କାର୍ଯ୍ୟକ୍ରମ ସମେତ ଆହୁରି ଅନେକ ଜିନିଷ ପାଇଁ ନିୟମ ଲାଗୁ କରାଯାଇଛି । ହେଲେ ଦେଶରେ ଆକ୍ଟିଭ୍‌ ମାମଲାର ସଂଖ୍ୟା ଲଗାତାର କମିବାରେ ଲାଗିଛି ,କିନ୍ତୁ ଓମିକ୍ରନ ଭାରିଆଣ୍ଟ ମାମଲା ବୃଦ୍ଧି ଚନ୍ତାଜନକ ସାଜିଛି ।

କେନ୍ଦ୍ର ସରକାର ନିଜର ଆଡଭାଇଜରୀରେ କହିଛନ୍ତି କି ଡେଲଟା ଭାରିଆଣ୍ଟ ତୁଳନାରେ ଏହି ନୂଆ ସଂକ୍ରମଣ ୩ ଗୁଣା ଜୋରରେ ବଢ଼ୁଛି । ଏହି ସ୍ଥିତିରେ କଣ୍ଟେନମେଣ୍ଟ ଜୋନ୍ ସ୍ଥିର କରିବା , ଭାକ୍ସିନେସନକୁ ବଢ଼ାଇବା ଓ ପ୍ରୋଟୋକଲର ପାଳନ କରିବାର ଆବଶ୍ୟକତା ବଢ଼ିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବିକ ଦେଶରେ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏବେସୁଦ୍ଧା ଓମିକ୍ରନ ଭାରିଆଣ୍ଟର ୫୭୮ଟି କେସ୍‌ ମିଳି ସାରିଛି । ଏବେସୁଦ୍ଧା ସାରାବିଶ୍ୱରେ ୧୧୬ଟି ଦେଶରେ ଓମିକ୍ରନ ଭାରିଆଣ୍ଟର ମାମଲା ମିଳି ସାରଛି । ବିଶେଷକରି ୟୁକେ , ଇଟାଲୀ , ସ୍ପେନ୍, ରୁଷ୍‌ , ଦକ୍ଷିଣ ଆଫ୍ରିକା , ଭିଏତନାମ ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଏହି ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି ।

ସୂଚନାଯୋଗ୍ୟ , ଦେଶରେ ୩ ଜାନୁୟାରୀରୁ ୧୫ରୁ ୧୮ ବର୍ଷର ପିଲାଙ୍କର ମଧ୍ୟ ଟିକାକରଣ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି । ପିଏମ୍ ନରେନ୍ଦ୍ର ମୋଦି ଶନିବାର ରାତିରେ ଏଥି ନେଇ ଘୋଷଣା କରିଥିଲେ ।

Show More

Related Articles

Back to top button