Breaking PLUSଦେଶମୁଖ୍ୟ ଖବର

କେନ୍ଦ୍ର ସରକାରଙ୍କ ନୂଆ ସ୍କିମ୍ ୱାନ ନେସନ୍ ୱାନ ରାସନ୍ କାର୍ଡ

କେନ୍ଦ୍ର ସରକାର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସରକାର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏବେ ଦେଶର ସବୁ ରାଜ୍ୟରେ ମାଗଣା ରାସନ କାର୍ଡ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଏବେ ସବୁ ରାଜ୍ୟରେ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ। ଏହି ସ୍କିମ୍ ପ୍ରଥମେ ଦିଲ୍ଲୀ-ଏନସିଆର ରେ ଲାଗୁ କରାଯାଇଛି। କେନ୍ଦ୍ର ସରକାର ଓ୍ଵାନ ନେସନ ଓ୍ଵାନ ରାସନ୍‌ କାର୍ଡ ସ୍କିମ ବାହାର କରିଛନ୍ତି। ଏଥିରେ ସମସ୍ତଙ୍କୁ ଫ୍ରିରେ ରାସନ କାର୍ଡ ଅନ୍ତର୍ଗତ ସମସ୍ତ ସୁବିଧା ମିଳିପାରିବ। ସରକାରଙ୍କ ଏହି ସ୍କିମର ଫାଇଦା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଲାଗୁ ହୋଇସାରିଛି। ଏଠାରେ ବିନା ରାସନ କାର୍ଡରେ ଫ୍ରିରେ ଖାଦ୍ୟ ସାମଗ୍ରୀ ମିଳୁଛି। ଯାହାର ଫାଇଦା ଏବେ ସମସ୍ତେ ଉଠାଇ ପାରିବେ। ଅନ୍ୟପକ୍ଷରେ ସରକାର ନୂଆ ରାସନ କାର୍ଡ ଓ ପୁରୁଣା ରାସନ କାର୍ଡରେ ନାମ ଯୋଡ଼ିବା ସହ ଅଯୋଗ୍ୟ ପ୍ରାର୍ଥୀଙ୍କ ନାମ ହଟାଇବାର କାମ ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ସବୁଠୁ ଜରୁରୀ କଥା ହେଉଛି ରାସନ କାର୍ଡ ଧାରୀଙ୍କ ଏହି ଖାତା ଆଧାର କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହିବା ଆବଶ୍ୟକ। ଦିଲ୍ଲୀ ସରକାର ଏବେ ଏହି ସ୍କିମ ମାଧ୍ୟମରେ ସମସ୍ତ ଖାଦ୍ୟ ସାମଗ୍ରୀକୁ ଇ-ପିଓଏସ୍‌ ମାଧ୍ୟମରେ ଲାଗୁ କରିଛନ୍ତି । ଏବେ ଏହା ଅନ୍ତର୍ଗତ ସମସ୍ତ ଲାଭାର୍ଥିୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳିବ ପାରିବ। ତେବେ ଏଥିପାଇଁ ଆପଣଙ୍କ କାର୍ଡ ଆଧାର କିମ୍ବା ବ୍ୟାଙ୍କ ସହ ଲିଙ୍କ ହେଇଥିବା  ଆବଶ୍ୟକ। ଏହାସହ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ ତେବେ ବି ଆପଣଙ୍କ କାର୍ଡ ସାହାଯ୍ୟରେ ଅନ୍ୟମାନେ ରାସନ ଉଠାଇପାରିବେ।

Show More

Related Articles

Back to top button