କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍-୨୦୨୧ ରାଜ୍ୟସଭାରେ ଗୃହୀତ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ ଏହି ବିଲ୍ ଗୃହୀତ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ ଏହି ବିଲ୍ ଗୃହୀତ ହୋଇଛି। ଗୃହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍, ୨୦୨୧ ଉପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ଭାରତସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଲଦାଖରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମାକ ଶିକ୍ଷା ପ୍ରଦାନ କରିବା ଭାରତ ସରକାରଙ୍କ ଲକ୍ଷ୍ୟ। ଆରକ୍ଷଣ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କେବଳ ଓବିସି ବର୍ଗ ନୁହେଁ ବରଂ ଅନୁସୂଚିତ ଜାତି(ଏସ୍ସି), ଅନୁସୂଚିତ ଜନଜାତି(ଏସ୍ଟି) ଏବଂ ଆର୍ଥତ୍କ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ୍)ଙ୍କ ପାଇଁ ଆରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ହୋଇଛି। ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତ୍ତୋରରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍)ର ଛାତ୍ରୀଛାତ୍ରଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣର ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।