ନିଜର ସଂପତ୍ତି ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଜର ସଂପତ୍ତି ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨ ବର୍ଷ ପରେ ସିଏମଓ ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧ୍କ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା କୋଟି ୮୯ ହଜାର ୨୨୦ ଟଙ୍କା ରହିଛି ।
ସେହିପରି ତାଙ୍କ ପାଖରେ ଗାଡ଼ି ହିସାବରେ ଗୋଟିଏ ପୁରୁଣା (୧୯୮୦) ମଡେଲ୍ ଆମ୍ବାସାଡାର କାରଟିଏ ରହିଛି, ଯାହାର ମୂଲ୍ୟ ମାତ୍ର ୬ ହଜାର ୪୩୪ ଟଙ୍କା।
-୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ୮ ହଜାର ୯୩ ଟଙ୍କା ରହିଛି।
-ସେହିପରି ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା
-ହିଞ୍ଜିଳିକାଟୁ ଷ୍ଟେଟ୍ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା
-ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା
-ବରଗଡ଼ ଜିଲ୍ଲାର ପଦ୍ମପୁର ରହିଥିବା ଷ୍ଟେଟ୍ ବ୍ୟାଙ୍କରେ ୩୯,୦୨୮ ଟଙ୍କା
-ଏହାଛଡ଼ା ତାଙ୍କ ପାଖରେ ୩ ଲକ୍ଷ ୪୫ ହଜାର ୩୩୬ ଟଙ୍କାର ଅଳଙ୍କାର ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
-ଉତ୍ତରାଧିକାର ସୂତ୍ରରେ ମାଲିକାନା ପାଇଥିବା ଶ୍ରୀ ପଟ୍ଟନାୟକଙ୍କର ଦିଲ୍ଲୀ ଓ ଭୁବନେଶ୍ବରରେ ଚାଷ ଜମି ଓ କୋଠା ରହିଛି
ଆ ସମ୍ପତ୍ତି ତାଲିକା ଅନୁଯାୟୀ ଭୁବନେଶ୍ବର ନବୀନ ନିବାସରେ ଥିବା କୋଠା ଓ ଜମିରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି। ଯାହାର ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏ.ପି.ଜେ ଅବଦୁଲ କଲାମ୍ ରୋଡ଼ରେ ଥିବା ଜମି ଓ କୋଠାରୁ ନବୀନଙ୍କ ଭାଗରେ ପଡ଼ୁଥିବା ୫୦% ଅଂଶର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା।