Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକଠାରେ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୋର୍ଦ୍ଧାଠାରେ ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼଼, ରବି ନାରାୟଣ ନାଏକ ସୁବର୍ଣ୍ଣପୁର, ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ପୃଥ୍ବୀରାଜ ହରିଚନ୍ଦନ ଯାଜପୁର, ମୁକେଶ ମହାଲିଙ୍ଗ ରାୟଗଡ଼ା, ବିଭୁତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ବର, ଗଣେଶ ରାମସିଂ ଖୁଣ୍ଟିଆ କେନ୍ଦୁଝର, ସୂର୍ଯ୍ୟବଂଶୀ ସୂରଜ ନୂଆପଡ଼ା, ପ୍ରଦୀପ ବଳ ସାମନ୍ତ ଢେଙ୍କାନାଳ, ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ନୟାଗଡ଼ରେ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ।
ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଆରଡିସି କେନ୍ଦ୍ରାପଡ଼ାରେ, ଦକ୍ଷିଣାଞ୍ଚଳ ଆରଡିସି ବ୍ରହ୍ମପୁରରେ ଏବଂ ଉତ୍ତରାଞ୍ଚଳ ଆରଡିସି ରାଉରକେଲାରେ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିବେ। ଅନୁଗୋଳ, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଏବଂ ଫୁଲବାଣୀରେ ସମ୍ପୃକ୍ତ ଜିଲାର ଜିଲାପାଳ ପତାକା ଉତ୍ତୋଳନ କରିବେ। ବାରିପଦାରେ ମୟୂରଭଞ୍ଜ ଜିଲାପାଳ ଏବଂ ଛତ୍ରପୁରରେ ଗଞ୍ଜାମ ଜିଲାପାଳ ପତାକା ଉତ୍ତୋଳନ କରିବେ।

Show More

Related Articles

Back to top button