ଐତିହ୍ୟ ବାଇ-ଲ କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ'କୁ ବିରୋଧ ଜାରି ରହିଛି। ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏମ୍ପିମାନଙ୍କୁ ପରାମର୍ଶ ଦେଇଥିଲେ।
ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍ଏମ୍ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ’କୁ ବିରୋଧ ଜାରି ରହିଛି। ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏମ୍ପିମାନଙ୍କୁ ପରାମର୍ଶ ଦେଇଥିଲେ। ସେବାୟତଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ବାଇ-ଲ’କୁ ବିରୋଧ କରି ଆସୁଛନ୍ତି। ଏହି ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସଂସ୍କୃତି ସଚିବ ରାଘଭେନ୍ଦ୍ର ସିଂଙ୍କୁଚିଠି ଲେଖିଛନ୍ତି। ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏନ୍ଏମ୍ଏ ଦ୍ୱାରା ଜାରି କରାଯାଇଥିବା ଶ୍ରୀମନ୍ଦିର ଚିଠା ବାଇ-ଲ’କୁ ନେଇ ସେବାୟତ, ଭକ୍ତ, ଜନସାଧାରଣ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ଏପରି କି ମନ୍ଦିର ସହ ଜଡିତ ସଂଗଠନ ସହିତ ଆଲୋଚନା ନ କରି ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏନ୍ଏମ୍ଏ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଜାରି କରିଥିବା ବାଇ-ଲ’କୁ ପ୍ରତ୍ୟାହାର କରିଥିଲେ। ସେହିପରି ଏକାମ୍ର କ୍ଷେତ୍ର ପାଇଁ ଏନ୍ଏମ୍ଏ ଦ୍ୱାରା ଜାରି କରାଯାଇଥିବା ବାଇ-ଲ’କୁ ନେଇ ସେବାୟତ ଗୋଷ୍ଠୀ, ଭକ୍ତ ଏବଂ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଦେବୋତ୍ତର କମିଶନର ଏହାକୁ ଉଚ୍ଛେଦ କରିବାକୁ ଏନ୍ଏମ୍ଏକୁ ଚିଠି ଲେଖି ଜଣାଇଛନ୍ତି।