Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଲୁଣ ଚାଷୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

ନୂଆଦିଲ୍ଲୀ: ଲୁଣ ଚାଷୀଙ୍କ ଅବସ୍ଥା ସଙ୍କଟରେ। କାରଣ ସେମାନଙ୍କୁ ଅନ୍ୟ ଫସଲଗୁଡିକ ପରି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ମିଳି ନ ଥାଏ। ଦେଶରେ ଗୁଜୁରାଟରେ ସର୍ବାଧିକ ଲୁଣ ଉତ୍ପାଦନ କରାଯାଇଥାଏ। ବିଗତ କିଛି ବର୍ଷ ଧରି ଦେଶରେ ମୌସୁମୀ ପ୍ରବାହ ଅଧିକ ଦିନ ଧରି ଜାରି ରହୁଥିବା ଯୋଗୁଁ ଗୁଜୁରାଟରେ ଲୁଣ ଉତ୍ପାଦନ ପ୍ରଭାବିତ ହୋଇଛି। ବିଶେଷଜ୍ଞମାନଙ୍କ କହିବାନୁସାରେ, ଯଦି ଏହି ଧାରା ଅବ୍ୟାହତ ରୁହେ ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶରେ ଲୁଣ ଉତ୍ପାଦନ ୩୦ ପ୍ରତିଶତ ହ୍ରାସ ଦେଖାଦେଇପାରେ। ମୌସୁମୀ ବିଳମ୍ବରେ ଆସିବା ଏବଂ ତାହା ଦୀର୍ଘତା ଦିନ ଧରି ଜାରି ରହିବା ଦ୍ୱାରା ଲୁଣ ଚାଷ ମଧ୍ୟ ପ୍ରଭାବିତ ହୋଇଥାଏ। ବ୍ରିଟିଶ ଶାସନ ସମୟରେ ଲୁଣ ଉତ୍ପାଦନକୁ ଖଣି ଭାବରେ ବିବେଚନା କରାଯାଉଥିଲା। ଆମେରିକା ଏବଂ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଲୁଣ ଉତ୍ପାଦନକାରୀ। ଭାରତରେ ପ୍ରତିବର୍ଷ ପ୍ରାୟ ୩୦ ନିୟୁତ ଟନ୍ ଲୁଣ ଉତ୍ପାଦିତ ହୋଇଥାଏ। ଭାରତ ପ୍ରାୟ ୧୦ ନିୟୁତ ଟନ୍ ଲୁଣ ରପ୍ତାନି କରୁଥିବାବେଳେ ଶିଳ୍ପରେ ୧.୨୫ କୋଟି ଟନ୍ ଲୁଣ ବ୍ୟବହୃତ ହୋଇଥାଏ। ଅବଶିଷ୍ଟ ଲୁଣକୁ ଖୁଚୁରା ଗ୍ରାହକ ଉପଯୋଗ କରିଥାନ୍ତି। ଭାରତ ୫୫ରୁ ଅଧିକ ଦେଶକୁ ଲୁଣ ରପ୍ତାନି କରିଥାଏ। ଭାରତର ମୋଟ ଲୁଣ ଉତ୍ପାଦନର ୭୬% ଗୁଜୁରାଟରୁ ହୋଇଥାଏ। ଗୁଜୁରାଟ ବ୍ୟତୀତ ରାଜସ୍ଥାନ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଲୁଣ ଉତ୍ପାଦନ କରାଯାଏ। ଗୁଜୁରାଟରେ ଲୁଣ ତିଆରି କାର୍ଯ୍ୟ ଅକ୍ଟୋବରରୁ ମେ’ ମାସ ପର୍ଯ୍ୟନ୍ତ ଚାଲିଥାଏ। ଭାରତୀୟ ଲୁଣ ଉତ୍ପାଦନକାରୀ ସଂଘ (ଆଇଏସଏମଏ)ର ସଭାପତି ଭାରତ ରାୱଲ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଗୁଜରାଟରେ ବର୍ଷା ହୋଇଥିଲା। ଏହି କାରଣରୁ କୃଷକମାନେ ଲୁଣ ମାରିବା ପାଇଁ ଅଧିକ ସମୟ ପାଇଲେନାହିଁ।

Show More

Related Articles

Back to top button