ଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ସରିଲା ଭୋଟ୍ ଗଣତି ,ବିଜୟର ମୁକୁଟ ପିନ୍ଧିଲେ ଦ୍ରୌପଦୀ ମୁର୍ମୁ

ଭାରତର ପଞ୍ଚତମଦଶ ରାଷ୍ଟ୍ରପତି ଭାବେ ବିଜୟର ମୁକୁଟ ପିନ୍ଧିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଜନଜାତିଙ୍କ ପାଇଁ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁ ଆଜି ସାରା ଦେଶର ପ୍ରେରଣା ପାଲଟିଯାଇଛନ୍ତି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ନିଜର ରାଜନୀତିକ କ୍ୟାରିୟର କାଉନସିଲରରୁ ଆରମ୍ଭ କରିଥିବାବେଳେ ଏବେ ସେ ଭାରତର  ରାଷ୍ଟ୍ରପତି ।

ତେବେ ଭୋଟ ଗଣତିର ଆଉ ଗୋଟିଏ ରାଉଣ୍ଡ ବାକି ଥିବା ବେଳେ ଏହା ପୂର୍ବରୁ ସେ ବିଜୟ ହାସଲ କରିଛନ୍ତି । କିନ୍ତୁ ଏବେ କେବଳ ଔପଚାରିକତା ବାକି ରହିଛି। ସୂଚନା ମୁତାବକ, ମୋଟ ୩ଟି ରାଉଣ୍ଡରେ ମୋଟ ୩୨୧୯ ଭୋଟରୁ ମୁର୍ମୁଙ୍କୁ ୨୧୬୧ ଭୋଟ ମିଳିଥିବା ବେଳେ ଯଶଓ୍ବନ୍ତ ସିହ୍ନା ମୋଟ ୧୦୫୮ ଭୋଟ ହାତେଇଛନ୍ତି। ସେହିପରି ତୃତୀୟ ରାଉଣ୍ଡର ଗଣତିରେ ମୋଟ ୧୩୩୩ରୁ ମୁର୍ମୁଙ୍କୁ ୮୧୨ ଭୋଟ ମିଳିଥିବା ବେଳେ ଯଶଓ୍ବନ୍ତଙ୍କୁ ମିଳିଛି ୫୧୨ ଭୋଟ।

ଦ୍ରୋପଦୀ ମୁର୍ମୁଙ୍କ ଏହି ବିଜୟ ସାରା ଓଡିଶା ପାଇଁ ଗର୍ବ ଆଉ ଗୌରବର ବିଷୟ । ପ୍ରଥମ ଓଡିଆ ଝିଅ ଭାବେ ସେ ରାଇରଙ୍ଗପୁରରୁ ରାଇସିନା ହିଲକୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ସେ ଶପଥ ନେବେ। ତାଙ୍କର ବିଜୟରେ ଓଡିଶାରେ ଉତ୍ସବ ପାଳନ କରାଯାଇଛି। ଦ୍ରୌପଦୀଙ୍କ ଜନ୍ମମାଟି ମୟୁରଭଞ୍ଜର ରାଇରଙ୍ଗପୁରରେ ଜନ ସମୁଦ୍ର ଦେଖା ଦେଇଛି। ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କ ଗାଁ ମାଟିରେ ପହଞ୍ଚିଛନ୍ତି । ଗାଁ ମାଟିରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜା ବାଣରେ ସାରା ଅଞ୍ଚଳ ଉତ୍ସବମୁଖର ଦେଖିବାକୁ ମିଳିଛି । ପ୍ରଥମ ଓଡିଆ ମହିଳା ଏବଂ ଦ୍ୱିତୀୟ ଓଡିଆ ଭାବେ ସେ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପୂର୍ବରୁ ଭିଭି ଗିରି ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ।

 

 

 

 

 

 

Show More

Related Articles

Back to top button