
ମୁମ୍ବାଇ : ଦେଶରେ ଚିହ୍ନଟ ହେଲା ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ । ମହାରାଷ୍ଟ୍ରରେ ପ୍ରଥମ ଚିହ୍ନଟ ହୋଇଛନ୍ତି ଓମିକ୍ରନ୍ର ନୂଆ ସବ ଭାରିଆଣ୍ଟ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ପୁଣେରୁ ବି.ଏ-୪ର ୪ଟି ମାମଲା ଏବଂ ବି.ଏ-୫ର ୩ଟି ମାମଲା ସାମ୍ନାକୁ ଆସିଛି । ଏହି ୭ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ସେହିପରି ୪ଜଣ ଆକ୍ରାନ୍ତ ୫୦ ବର୍ଷରୁ ଅଧିକ ହୋଇଥିବାବେଳେ ୨ଜଣ ଆକ୍ରାନ୍ତ ୨୦ରୁ ୪୦ ବର୍ଷ ଏବଂ ଜଣେ ନଅ ବର୍ଷର ଶିଶୁ ବୋଲି ଜଣାପଡିଛି।
ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ବେଳେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରାନ୍ତମାନେ ହେଳେ ମହାରାଷ୍ଟ୍ରର ଦୁଇ ଜଣ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟ ଦୁଇ ଜଣ କର୍ନାଟକ ଏବଂ କେରଳରୁ ଫେରିଥିଲେ। ସମସ୍ତ ବ୍ୟକ୍ତି ଟିକାକରଣର ଉଭୟ ଡୋଜ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର୍ ଡୋଜ୍ ମଧ୍ୟ ନେଇଛନ୍ତି ।