
ନୂଆଦିଲ୍ଲୀ : ଆଉ ଶୁଭିବାକୁ ମିଳିବନି COVID-19 କଲର୍ ଟ୍ୟୁନ୍ । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ମହାମାରୀର ପ୍ରସାରକୁ ରୋକିବା ପାଇଁ ସରକାର ଅନେକ ଅଭିଯାନ ଆରମ୍ଭ କରିଥିଲେ। ଏଥି ମଧ୍ୟରୁ କଲର୍ ଟ୍ୟୁନ୍ ଅନ୍ୟତମ ଅଟେ । ଏହି ସମୟରେ କାହାକୁ କଲ କଲେ ଏକ ସ୍ୱତନ୍ତ୍ର କଲର୍ ଟ୍ୟୁନ୍ ଶୁଣାଯାଏ, ଯେଉଁଥିରେ ଲୋକମାନେ ମହାମାରୀ ବିଷୟରେ ସଚେତନ ହୁଅନ୍ତି।
ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ, କୋଭିଡ ଆରମ୍ଭ ସମୟରେ ଭାରତ ସରକାର ଲୋକଙ୍କୁ ସଚେତନ କରାଇବା ପାଇଁ ଏହି କଲର୍ ଟ୍ୟୁନ୍ ଆରମ୍ଭ କରିଥିଲେ । ଏହି କଲର ଟ୍ୟୁନରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ଥିଲା ଯେଉଁଥିରେ ଅଭିନେତା ମହାମାରୀର ସୁରକ୍ଷା ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ। ପରେ ଜାନୁଆରୀ ୨୦୨୧ ରେ, ଏହା ମହିଳା ସ୍ୱର ଦ୍ୱାରା ବଦଳାଗଲା। କରୋନାକୁ ଏଡ଼ାଇବା ପାଇଁ ଏବଂ ଗୁଜବକୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ମନେ ପକାଇବାରେ କଲର୍ ଟ୍ୟୁନ୍ ମଧ୍ୟ ଏକ ଭୂମିକା ଗ୍ରହଣ କରିଥିଲା । ଏହି ଟ୍ୟୁନକୁ ୨ ବର୍ଷ ପୂରିଲାଣି । ବର୍ତ୍ତମାନ କରୋନା ଗ୍ରାଫରେ ଦୈନିକ ହ୍ରାସ ଘଟୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ,କିନ୍ତୁ ଏହାକୁ କେବେ ବନ୍ଦ୍ କରାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ ।